ଭାରତୀୟ ସେନାକୁ ବଡ ସପଳତା , ୬ ଆତଙ୍କବାଦୀଙ୍କୁ କଲା ନିପାତ
by Argus News
Sun, Jul 07 | 5:41 p.m.

ଅର୍ଗସ ବ୍ୟୁରୋ : ଜମ୍ମୁ-କାଶ୍ମୀର କୁଲଗ୍ରାମରେ ଭାରତୀୟ ସେନାକୁ ବଡ ସପଳତା । ଗତକାଲିଠୁ ଚାଲିଥିବା ସର୍ଚ୍ଚ ଅପରେସନରେ ଖୋଜି ଖୋଜି ୬ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା। ଏହି ଏନକାଉଣ୍ଟରରେ ୨ଜଣ ଯବାନ ବି ସହିଦ ହୋଇଛନ୍ତି। ଏବେବି କୁଲଗ୍ରାମରେ ଚାଲିଛି ସର୍ଚ୍ଚ ଅପରେସନ୍। ତେବେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଗତକାଲି ଖବର ମିଳିଥିଲା। ଏହାପରେ ପୋଲିସ, ସେନା ଓ ସିଆରପିଏଫ୍ ଯବାନ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆକମ୍ଭ କରିଥିଲେ।

ଅଧିକ ପଢନ୍ତୁ : ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା

କୁଲଗ୍ରାମ ଓ ଚିନିଗମ୍ ୨ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ଭାରତୀୟ ସେନା। ଏଥିରେ ଗଠନ ହୋଇଥିବା ଟିମ୍ ପ୍ରତିଟି ସ୍ଥାନକୁ ଯାଞ୍ଚ କରୁଥିବା ବେଳେ ଡ୍ରୋନ୍ ଏବଂ ଅନ୍ୟ ଅତ୍ୟାଧୁନିକ ମେସିନ୍ ସାହାଯ୍ୟରେ ବି ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଇଥିଲା। ଆତଙ୍କବାଦୀ ଲୁଚିଥିବା ଦୁଇଟି ଘରକୁ ସିଲ କରିଦିଆଯାଇଥିଲା। ଏହା ପରେ ସୁରକ୍ଷା ବାହୀନି ଉପରେ ଗୁଳିମାଡ କରିଥିଲେ ଆତଙ୍କବାଦୀ। ଏହାପରେ ସୁରକ୍ଷା ବଳ ପକ୍ଷରୁ ବି ଗୁଳିମାଡ ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟର ପରେ କୁଲଗ୍ରାମରୁ ୨ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଚିନିଗମରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି।

ଗ୍ୟାସ୍‌ ଲିକ୍
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ